ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ସପ୍ତାହରେ କେବଳ ପୁରୀର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି | News Room Odisha

ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ସପ୍ତାହରେ କେବଳ ପୁରୀର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି

ପୁରୀ –ଭକ୍ତଙ୍କ ପାଇଁ ପୁଣି ଖୋଲିବ ଶ୍ରୀମନ୍ଦିର । କୋରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବା ଶ୍ରମନ୍ଦିର ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ପ୍ରଥମ ସପ୍ତାହରେ ପ୍ରତିଦିନ ୫ ହଜାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ସପ୍ତାହରେ କେବଳ ପୁରୀ ଲୋକ ଶ୍ରୀମନ୍ଦିରକୁ ଯାଇପାରିବେ ।

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ ଡକାଯାଇଥିଲା । ବୈଠକରେ ନିଷ୍ପତି ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିର ଖୋଲିବା ନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ରୁ ପୁରୀ ଛଡା ବାହାର ଲୋକଙ୍କୁ ମଧ୍ୟ ଦର୍ଶନ ପାଇଁ ଅନୁମତି ମିଳିବ । କୋଭିଡ ନେଗେଟିଭ ରିପୋର୍ଟ ଥିଲେ ଦର୍ଶନ ପାଇଁ ଅନୁମତି ମିଳିବ । ପ୍ରଥମ ସପ୍ତାହରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ । ଭିତରକାଠରୁ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ।

Puri Jagannath Temple