ସହିଦ ଦୁଇ ଏସଓଜି କମାଣ୍ଡୋଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ୍ ଅନର୍ | News Room Odisha

ସହିଦ ଦୁଇ ଏସଓଜି କମାଣ୍ଡୋଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ୍ ଅନର୍

ଭବାନୀପାଟଣା – କନ୍ଧମାଳ-କଳାହାଣ୍ଡି ସୀମୀରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିବା ଦୁଇ ଏସଓଜି କମଣ୍ଡୋଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ସହିଦ ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ ଯୋଗ ଦେଇ ଦୁଇ ସହିଦଙ୍କୁ ସମ୍ମାନ ଜଣାଇଥିଲେ । ଦୁଇ ସହିଦଙ୍କ ମରଶରୀରରେ ସେମାନଙ୍କ ପୈତୃକ ଗାଁକୁ ନିଆଯାଉଛି ।