କୋଭିଡ ପରବର୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରୋଟକଲ ଜାରି | News Room Odisha

କୋଭିଡ ପରବର୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରୋଟକଲ ଜାରି

ନୂଆଦିଲ୍ଲୀ- ଦେଶରେ କୋରୋନା ସଂକ୍ରମଣର ଭୟାବହତାକୁ ଦେଖି କୋରୋନା ରୋଗୀ ଓ ଅନ୍ୟମାନଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରୋଟକଲ୍ ଜାରି କରିଛି । କୋଭିଡରୁ ଆରୋଗ୍ୟ ହେଲା ପରେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାରୁ ଏହି ପ୍ରୋଟକଲ ଜରିଆରେ କିଛି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଯୋଗାସନ ଓ ଧ୍ୟାନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡା କାଢା ପିଇବା ଓ  ଚ୍ୟଭନପ୍ରାସ  ଖାଇବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ପ୍ରଚୁର ଉଷୁମ ପାଣି ପିଇବାକୁ ବି କୁହାଯାଇଛି । ଆୟୁଷ ମନ୍ତ୍ରାଳୟ ଦ୍ୱାରା ସୁପାରିଶ କରାଯାଇଥିବା ରୋଗ ପ୍ରତିରୋଧକ ଶକ୍ତି ବର୍ଧକ ଔଷଧ ସେବନ ପାଇଁ ବି ପରାମର୍ଶ ଦିଆଯାଇଛି । ଯଥେଷ୍ଟ ଶୋଇବା ସହ ଆରାମ କରିବା ପାଇଁ ମଧ୍ୟ କୁହାଯାଇଛି । ସକାଳ ଓ ସଂଧ୍ୟାରେ ଚାଲିବା, ସହଜରେ ହଜମ ହେବାକୁ ଥିବା ଖାଦ୍ୟ ଖାଇବା, ଧୂମପାନ ଓ  ମଦ୍ୟପାନରୁ ଦୂରେଇ ରହିବା ପାଇଁ ଭଳି ଅନ୍ୟ କିଛି ପରାମର୍ଶ ଦିଆଯାଇଛି ।