ଜୁକରବର୍ଗଙ୍କ ନୂଆ ପ୍ଲାଟଫର୍ମ 'ଥ୍ରେଡ୍ସ' ଛାଡ଼ିଲେ ଅଧାରୁ ଅଧିକ ୟୁଜର | News Room Odisha

ଜୁକରବର୍ଗଙ୍କ ନୂଆ ପ୍ଲାଟଫର୍ମ ‘ଥ୍ରେଡ୍ସ’ ଛାଡ଼ିଲେ ଅଧାରୁ ଅଧିକ ୟୁଜର

ନ୍ୟୁୟର୍କ: ଟ୍ବିଟରକୁ ଟକ୍କର ଦେବା ପାଇଁ ଜୁକରବର୍ଗ ‘ଥ୍ରେଡ୍ସ’ ନାମକ ସୋସିଆଲ ମିଡ଼ିଆ ଆପ୍ ଲଞ୍ଚ୍ କରିଥିଲେ । ଲଞ୍ଚ୍ ହେବାର ମାତ୍ର ଚାରି ଘଣ୍ଟା ମଧ୍ୟରେ ୫୦ ଲକ୍ଷ ୟୁଜର ଏହି ଆପରେ ଯୋଡ଼ି ହୋଇଥିଲେ । କିନ୍ତୁ ଏବେ ୟୁଜରମାନେ ଏହି ପ୍ଲାଟଫର୍ମ ଛାଡ଼ୁଛନ୍ତି ।

ମେଟା ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି, ତାଙ୍କର ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଅଧାରୁ ଅଧିକ ୟୁଜରଙ୍କୁ ହରାଇଛି।

ଜୁଲାଇ ପ୍ରାରମ୍ଭରେ ଲଞ୍ଚ୍ ହୋଇଥିବା ‘ଥ୍ରେଡ୍ସ’ ସହ ପାଞ୍ଚ ଦିନ ମଧ୍ୟରେ ୧୦ କୋଟି ୟୁଜର ଯୋଡ଼ି ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା କମିବାରେ ଲାଗିଛି ବୋଲି ଜୁକରବର୍ଗ କହିଛନ୍ତି ।

‘ଥ୍ରେଡ୍ସ’ରେ କିଛି ନୂଆ ଫିଚର ଯୋଡିବା ପରେ ୟୁଜର ରିଟେନସନ୍ ହାରରେ ସୁଧାର ଆସିବ ବୋଲି ଏହି ପ୍ଲାଟଫର୍ମ ତରଫରୁ କୁହାଯାଇଛି ।

ଥ୍ରେଡ୍ସ ହେଉଛି ଇନଷ୍ଟାଗ୍ରାମର ଏକ ଏକ୍ସଟେନସନ୍ | ଏଥିରେ ଟେକ୍ସଟ୍ ବ୍ୟତୀତ ୟୁଜରମାନେ ଲିଙ୍କ୍, ଫଟୋ ଏବଂ ୫ ମିନିଟର ଭିଡିଓ ପୋଷ୍ଟ କରିପାରିବେ |