ଜମ୍ମୁ-କାଶ୍ମୀର: ଖାଇକୁ ଖସିଲା ପାଟ୍ରୋଲିଂ ଗାଡ଼ି, ତିନି ସେନା କର୍ମଚାରୀ ମୃତ | News Room Odisha

ଜମ୍ମୁ-କାଶ୍ମୀର: ଖାଇକୁ ଖସିଲା ପାଟ୍ରୋଲିଂ ଗାଡ଼ି, ତିନି ସେନା କର୍ମଚାରୀ ମୃତ

ଜାମ୍ମୁ: ଉତ୍ତର କାଶ୍ମୀରର କୁପୱାଡାର ମାଖଲ ସେକ୍ଟରରେ ବୁଧବାର ସେନାର ଏକ ପାଟ୍ରୋଲିଂ ଗାଡି ଖାଇକୁ ଖସି ପଡ଼ିବାରୁ ତିନିଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ସୈନିକ ଚିନ୍ନାର କର୍ପସର ଡୋଗ୍ରା ରେଜିମେଣ୍ଟ ୧୪ତମ ବାଟାଲିୟନର ଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି। ଚିନ୍ନାର କର୍ପସ ସୂଚନା ଅନୁଯାୟୀ ଫରଓ୍ବାର୍ଡ ଅଞ୍ଚଳରେ ଏକ ନିୟମିତ ଅପରେସନ ସମୟରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବରଫ ପାତ ଯୋଗୁଁ ଗାଡିଟି ସ୍ଲିପ୍ ହୋଇ ଖାଲକୁ ଖସିପଡ଼ିଥିଲା ।