ମଣିପୁରରେ ପୁଣି ହିଂସା, ତିନି ମୃତ | News Room Odisha

ମଣିପୁରରେ ପୁଣି ହିଂସା, ତିନି ମୃତ

ଇମ୍ଫାଲ: ମଣିପୁରର ପଶ୍ଚିମ ଇମ୍ଫାଲ ଜିଲ୍ଲାର କାଙ୍ଗଚୁପ ଅଞ୍ଚଳରେ ପୁଣି ହିଂସା ଘଟିଛି। ସୋମବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଇମ୍ଫାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି।

ମଣିପୁରରେ ଘଟିଥିବା ହିଂସାର ତଦନ୍ତ ପାଇଁ କେନ୍ଦ୍ର ସରକାର ରବିବାର ପୂର୍ବତନ ଗୁଆହାଟି ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ଆୟୋଗ ଗଠନ କରିଥିଲେ।

ଜାତିଗତ ବିବାଦକୁ ନେଇ ରାଜ୍ୟରେ ମେ ୩ରୁ ଆରମ୍ଭ ହେଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୮୦ ଟପିଛି ।