ନକ୍ସଲଙ୍କ ସହ ସଂଘର୍ଷରେ ତିନି ପୋଲିସ ଯବାନ ସହିଦ୍ | News Room Odisha

ନକ୍ସଲଙ୍କ ସହ ସଂଘର୍ଷରେ ତିନି ପୋଲିସ ଯବାନ ସହିଦ୍

ରାୟପୁର: ଛତିଶଗଡର ସୁକମା ଜିଲ୍ଲାରେ ଶନିବାର ନକ୍ସଲମାନଙ୍କ ସହ ସଂଘର୍ଷରେ ଡିଷ୍ଟ୍ରିକ୍ପ ରିଜର୍ଭ ଗାର୍ଡ (ଡିଆରଜି)ର ତିନି ଜଣ ଯବାନ ସହିଦ୍ ହୋଇଛନ୍ତି। ବସ୍ତର ରେଞ୍ଜ ଆଇଜିପି ପି ସୁନ୍ଦରରାଜ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଶନିବାର ସକାଳ ପ୍ରାୟ ୯ଟାରେ ଜାଗରଗୁଣ୍ଡା ଏବଂ କୁଣ୍ଡର ଗ୍ରାମ ମଧ୍ୟରେ ପୋଲିସ ଟିମ୍ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଡିଆରଜି ଏହାର ପାଲଟା ଜବାବ ଦେଇଥିଲା ।

ଉଭୟ ପଟରୁ ଗୁଳି ବିନିମୟରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ରାମୁରାମ ନାଗ (୩୬ ବର୍ଷ), କନଷ୍ଟେବଳ କୁଞ୍ଜାମ ଜୋଗା (୩୩ ବର୍ଷ) ଏବଂ କନଷ୍ଟେବଳ ଏହି ସଂଘର୍ଷରେ ୬ ଜଣ ନକ୍ସଲ ମଧ୍ୟ ନିହତ ହୋଇଥିବା ସୂଚନା ରହିଛି । ନକ୍ସଲମାନେ ସେମାନଙ୍କ ସାଥୀଙ୍କ ମୃତଦେହ ନେଇ ଘଟଣାସ୍ଥଳରୁ ପଳାଇଥିବା ପୋଲିସ କହିଛି ।

ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୁଃଖ ପ୍ରକାଶ କରିଛନ୍ତି । ସୈନିକମାନଙ୍କ ବଳିଦାନ ବ୍ୟର୍ଥ ହେବନି ବୋଲି ସେ କହିଛନ୍ତି ।

ସଂଘର୍ଷ ବିଷୟରେ ସୂଚନା ପାଇ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି । ଘଟଣାସ୍ଥଳରେ କମ୍ବିଂ ଅପରେସନ ଜାରି ରହିଛି ।

ଫେବୃଆରୀ ୨୦ରେ ମଧ୍ୟ ନକ୍ସଲ ଆକ୍ରମଣରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।