ରାଜ୍ୟରେ ବାଘଙ୍କ ସଂଖ୍ୟା ୩୦କୁ ବୃଦ୍ଧି | News Room Odisha

ରାଜ୍ୟରେ ବାଘଙ୍କ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ବର – ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଗଣନା ରିପୋର୍ଟରୁ ଜଣାପଡିଛି ।

ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୩୦ ମହାବଳ ବାଘ ଓ ୮ ଶାବକ ଅଛନ୍ତି । ଏଥିମଧ୍ୟରୁ କେବଳ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ହିଁ ୨୭ ମହାବଳ ବାଘ ଅଛନ୍ତି । ୩୦ ବାଘଙ୍କ ମଧ୍ୟରୁ ୧୪ ଜଣ ବାଘୁଣୀ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ଏମାନଙ୍କ ମଧ୍ୟରେ ୪୦ ପ୍ରତିଶତ କଳାବାଘ ଅଛନ୍ତି । ତେବେ ୨୦୨୨ରେ ରାଜ୍ୟରେ ୨୦ଟି ମହାବଳ ବାଘ ଥିଲେ । ଏହି ରିପୋର୍ଟ ଅନୁସାରେ ମହାବଳ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । m

ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି ହେବା ସୂଚନା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ବାଘ ସଂଖ୍ୟା ବୃଦ୍ଧି ପାଇଁ ବନ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।