ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଟିଏମସି ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ବାନ୍ଧିଲା ସିବିଆଇ | News Room Odisha

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଟିଏମସି ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ବାନ୍ଧିଲା ସିବିଆଇ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ସୋମବାର ତୃଣମୂଳ କଂଗ୍ରେସ ବିଧାୟକ ଜୀବନ କୃଷ୍ଣ ସାହାଙ୍କୁ ମୁର୍ସିଦାବାଦ ଜିଲ୍ଲାର ବୁରୱାନ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗର ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦ ପାଇଁ ନିଯୁକ୍ତି ଅନିୟମିତତା ମାମଲାରେ ଏପ୍ରିଲ ୧୪ ତାରିଖରୁ ବିଧାୟକ ସାହାଙ୍କୁ ସିବିଆଇ ଜେରା କରୁଥିଲା ।

ସୋମବାର ସକାଳ ସାହାଙ୍କୁ ଗିରଫ କରାଯିବା ପରେ ସିବିଆଇ ତାଙ୍କୁ ସିଆରପିଏଫ୍ ସୁରକ୍ଷା ମଧ୍ୟରେ ନେଇଯାଇଥିଲା ।

ରବିବାର ଚଢ଼ାଉ ବେଳେ ସାହାଙ୍କ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟରୁ ଗୋଟିଏ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବାରେ ସାହା ହେଉଛନ୍ତି ତୃତୀୟ ଟିଏମସି ବିଧାୟକ । ସାହାଙ୍କ ପୂର୍ବରୁ ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅନ୍ୟ ଜଣେ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଥିଲେ ।