ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ | News Room Odisha

ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଗୃହ ଅଧ୍ୟକ୍ଷଙ୍କୁ ଅସମ୍ମାନ ଅଭିଯୋଗରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିୟମ ୨୬୭ ଅଧୀନରେ ମଣିପୁର ଉପରେ ଆଲୋଚନା କରିବାକୁ ଲଗାତାର ଦାବି କରୁଥିବା ଡେରେକ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧରଖରଙ୍କ ମଧ୍ୟରେ ନିକଟରେ ଉଚ୍ଚବାଚ ହୋଇଥିଲା। ମଣିପୁର ଉପରେ ଡେରେକ ବାରମ୍ବାର ଆଲୋଚନା କରିବାକୁ ଦାବି କରୁଥିବା ନେଇ ଅଧ୍ୟକ୍ଷ ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କ ନିଲମ୍ବନ ପ୍ରସ୍ତାବ ଦେବା ପରେ ଚଳିତ ଅଧିବେଶନରୁ ଡେରେକଙ୍କୁ ନିଲମ୍ବିତ କରାଯାଇଛି । ଉଲ୍ଲେଖଯୋଗ୍ୟ ପୂର୍ବରୁ ଆପ୍ ଲୋକସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ପୁରା ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।