ଗୋଆରେ ଟିଏମସିକୁ ଝଟକା, ରାଜ୍ୟସଭା ସଦସ୍ୟ ପଦ ଓ ଦଳରୁ ଇସ୍ତଫା ଦେଲେ ଲୁଇଜିନୋ ଫଲେରୋ | News Room Odisha

ଗୋଆରେ ଟିଏମସିକୁ ଝଟକା, ରାଜ୍ୟସଭା ସଦସ୍ୟ ପଦ ଓ ଦଳରୁ ଇସ୍ତଫା ଦେଲେ ଲୁଇଜିନୋ ଫଲେରୋ

ପାଣାଜୀ: ଗୋଆରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ମଙ୍ଗଳବାର ଏକ ବଡ଼ ଝଟକା ଲାଗିଛି । ରାଜ୍ୟରେ ଟିଏମସିର ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫଲେରୋ ଦଳରୁ ଇସ୍ତଫା ଦେଇଛନ୍ତି। ସେ ସାଂସଦ ପଦ ବି ଛାଡ଼ିଛନ୍ତି ।

ଖ୍ରୀଷ୍ଟିଆନ ବହୁଳ ଦକ୍ଷିଣ ଗୋଆରେ ଫଲେରୋଙ୍କର ଯଥେଷ୍ଟ ପ୍ରଭାବ ରହିଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା ଟିଏମସି ପାଇଁ ବଡ଼ ଧକ୍କା । ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ସ୍ପଷ୍ଟ ଭାବେ କିଛି କହି ନାହାଁନ୍ତି।

ଲୁଇଜିନୋ ଫଲେରୋ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ କହିଛନ୍ତି, ବର୍ତ୍ତମାନ ଅନ୍ୟ କୌଣସି ଦଳରେ ସାମିଲ ହେବା ନେଇ ତାଙ୍କୁ କୌଣସି ଯୋଜନା ନାହିଁ।

ସୂତ୍ରରୁ ପ୍ରକାଶ ଯେ ଗୋଆ ଫରୱାର୍ଡ ପାର୍ଟିର ବିଜୟ ସର୍ଦ୍ଦାରଙ୍କ ବିରୋଧରେ ଫର୍ତୋଦା ଆସନରୁ ୨୦୨୨ ବିଧାନସଭା ନିର୍ବାଚନ ​​ଲଢ଼ିବାକୁ ମନା କରିଥିବାରୁ ଫାଲେରୋଙ୍କ ଉପରେ ଟିଏମସି କୁଆଡେ ଅସନ୍ତୁଷ୍ଟ ଥିଲା । ଟିଏମସିରେ ଯୋଗଦେବା ପୂର୍ବରୁ ଫଲେରୋ କଂଗ୍ରେସରେ ଥିଲେ।