ଟୋକିଓ ପାରାଲିମ୍ପିକ୍ସ: ସୁଟିଂରେ ଭାରତର ମନୀଷ ନରୱାଲ ଜିତିଲେ ସ୍ବର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ | News Room Odisha

ଟୋକିଓ ପାରାଲିମ୍ପିକ୍ସ: ସୁଟିଂରେ ଭାରତର ମନୀଷ ନରୱାଲ ଜିତିଲେ ସ୍ବର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଭାରତକୁ ଆଜି ସୁଟିଂରେ ଗୋଟିଏ ସ୍ବର୍ଣ୍ଣ ସହ ଦୁଇଟି ପଦକ ମିଳିଛି । ଭାରତର ମନୀଷ ନରୱାଲ ଏବଂ ସିଂହରାଜ ଅଧାନା ଏସ୍ଏଚ୍-୧ ବର୍ଗର ୫୦ ମିଟର ଏୟାର ପିସ୍ତଲରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମନୀଷ ୨୦୯ ସ୍କୋର କରି ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ସିଂହରାଜ ୨୦୭ ସ୍କୋର ସହିତ ରୌପ୍ୟ ପଦକ ଜିତିଥିଲେ। ଏହାପୂର୍ବରୁ ଅଧାନା ୫୩୬ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଅଧାନା ୫୩୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିଲେ।ଅଧାନା ପୂର୍ବରୁ ଚଳିତ ପାରାଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ |

ଏହାପୂର୍ବରୁ ପ୍ରମୋଦ ଭାଗବତ ଏସଏଲ -୧ ବ୍ୟାଡମିଣ୍ଟନରେ ଭାରତ ପାଇଁ ଅତିକମରେ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି।ବ୍ୟାଡମିଣ୍ଟନ୍ ଏସ୍ଏଲ୍-୪ରେ ନୋଏଡା ଜିଲ୍ଲାପାଳ ସୁହାସ୍ ଯତିରାଜ ମଧ୍ୟ ଫାଇନାଲରେ ପ୍ରବେଶ ପଦକ ନିଶ୍ଚିତ କରିଛନ୍ତି |

ସୁଟିଂ ରେ ଆଜି ଦୁଇ ପଦକ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ରେକର୍ଡ ୧୫ରେ ପହଞ୍ଚିଛି ।