ଏଫବିଆଇ ଚଢ଼ାଉ ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଠିକଣାରୁ ମିଳିଲା 'ଟପ୍ ସିକ୍ରେଟ୍' ଦସ୍ତାବିଜ | News Room Odisha

ଏଫବିଆଇ ଚଢ଼ାଉ ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଠିକଣାରୁ ମିଳିଲା ‘ଟପ୍ ସିକ୍ରେଟ୍’ ଦସ୍ତାବିଜ

ଓ୍ୱାଶିଂଟନ: ଆମେରିକାର ପୂର୍ବତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ଠିକଣା ଉପରେ ହୋଇଥିବା ଚଢ଼ାଉ ସମୟରେ ଅନୁସନ୍ଧାନକାରୀ ଏଜେନ୍ସି ଏଫବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ‘ଗୁଇନ୍ଦା ସୂଚନା’ ସମ୍ବଳିତ ଦସ୍ତାବିଜ ପାଇଛି।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ଘରୁ ଏଫବିଆଇ ଏଜେଣ୍ଟ ୧୧ ସେଟ୍ ଗୋପନୀୟ ଦସ୍ତାବିଜ ଜବତ କରିଛି।

ଟ୍ରମ୍ପ ତାଙ୍କ ବାସଭବନରେ ଗୁପ୍ତ ଦସ୍ତାବିଜ ରଖି ଗୁପ୍ତଚର ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ତେବେ ଟ୍ରମ୍ପ ଏହି ଚଢ଼ାଉକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୧ରେ ହ୍ବାଇଟ ହାଉସ ଛାଡ଼ିବା ସମୟରେ ଟ୍ରମ୍ପ ତାଙ୍କ ସହ ନେଇଥିବା ଡକ୍ୟୁମେଣ୍ଟ ସହ ଏଫବିଆଇ ଅନୁସନ୍ଧାନ ଜଡ଼ିତ ଥିଲା। ଏହି ଦଲିଲଗୁଡ଼ିକ ମଧ୍ୟରୁ କେତେକ ଜାତୀୟ ଅଭିଲେଖାଗାର ଦ୍ୱାରା ଗୋପନୀୟ ଦସ୍ତାବିଜ ଭାବେ ଚିହ୍ନଟ କରିଥିଲା |

୨୦୨୪ରେ ଟ୍ରମ୍ପ ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଘରେ ଚଢ଼ାଉ ହୋଇଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, କେତେକ ଦସ୍ତାବିଜକୁ ‘ଟପ୍ ସିକ୍ରେଟ୍’ ଭାବେ ଚିହ୍ନଟ କରାଯାଇଛି ଏବଂ ଏହାକୁ କେବଳ କେତେକ ସରକାରୀ ସଂସ୍ଥା ହିଁ ଦେଖିପାରିବେ। ଏହି ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଦସ୍ତାବିଜ ଗୁଡ଼ିକୁ ଅଲଗା କରାଯାଇଥିଲା, ସେଥିରେ ‘ଫ୍ରାନ୍ସର ରାଷ୍ଟ୍ରପତି’ ସମ୍ବନ୍ଧୀୟ ସୂଚନା ମଧ୍ୟ ରହିଥିଲା ।

ରିପୋର୍ଟ ଅନୁଯାୟୀ, ସାତ ପୃଷ୍ଠା ସମ୍ବଳିତ ପାମ୍ ବିଚରେ ଥିବା ଟ୍ରମ୍ପ ଇଷ୍ଟେଟ୍ ପାଇଁ ସର୍ଚ୍ଚ ୱାରେଣ୍ଟ ମଧ୍ୟ ରହିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କ ଘରୁ ପ୍ରାୟ ୨୦ଟି ବକ୍ସ ଭର୍ତ୍ତି ଜିନିଷପତ୍ର ଜବତ କରାଯାଇଛି।

ଏହାପୂର୍ବରୁ ୱାଶିଂଟନ୍ ପୋଷ୍ଟ ଅନୁସନ୍ଧାନ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଟ୍ରମ୍ପଙ୍କ ଘରୁ ଉଦ୍ଧାର ହୋଇଥିବା ଗୁପ୍ତ ଦସ୍ତାବିଜ ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ରହିଛି।

ତେବେ ଟ୍ରମ୍ପ ଏହି ଦାବିକୁ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଏଫବିଆଇ ତାଙ୍କ ଘରେ ମିଥ୍ୟା ପ୍ରମାଣ ରଖି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛି ।