ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ଦୁଇ ମୃତ | News Room Odisha

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ଦୁଇ ମୃତ

ଚଣ୍ଡିଗଡ଼: ଲୁଧିଆନା ଜିଲ୍ଲା କୋର୍ଟ ପରିସରରେ ଗୁରୁବାର ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଲୁଧିଆନା ଜିଲ୍ଲା କୋର୍ଟ ପରିସରର ଦ୍ୱିତୀୟ ମହଲାର ୱାଶରୁମରେ ଏହି ବିସ୍ଫୋରଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ଉଚ୍ଚ ତୀବ୍ରତା ବିସ୍ଫୋରଣ କୁହାଯାଇଛି | କୋର୍ଟ ପରିସରରେ ରିଡର୍ସଙ୍କ କୋଠରୀ ନିକଟରେ ଏକ ୱାଶରୁମରେ ବିସ୍ଫୋରଣ ଘଟିଥିଲା |

ବିସ୍ଫୋରଣ ବେଳେ ଓକିଲଙ୍କ ସମେତ ଅନେକ ଲୋକ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ବିସ୍ଫୋରଣ ପରେ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତଳ ମହଲାର ଝରକା କାଚ ଭାଙ୍ଗିଯାଇଥିଲା| ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଜଣା ପଡିବ ଯେ ଏହି ବିସ୍ଫୋରଣ କିଏ କରିଛି । ବିସ୍ଫୋରଣ ଯୋଗୁଁ ପୂରା କୋଠାଟି ନଷ୍ଟ ହୋଇଯାଇଛି। ଆସନ୍ତା କିଛି ମାସ ମଧ୍ୟରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପରି ସମୟରେ କୋର୍ଟ ପରିସରରେ ଏପରି ବିସ୍ଫୋରଣ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।