ଖଲ୍ଲିକୋଟ: କାର୍ ସହ ବାଇକ୍ ଧକ୍କା, ୨ ସାଙ୍ଗ ମୃତ | News Room Odisha

ଖଲ୍ଲିକୋଟ: କାର୍ ସହ ବାଇକ୍ ଧକ୍କା, ୨ ସାଙ୍ଗ ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ନିର୍ମଳଝର ଠାରେ କାର୍ ସହ‌ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ୨ ବନ୍ଧୁ ଭରସା ଗ୍ରାମର ଦୁଇ ସାଙ୍ଗ ନିରାକାର ଗୌଡ଼ ଓ ଆଲୋକ ଗୌଡ଼। ଆଜି ଗୁହାରିଆପାଟରୁ ଦୁହେଁ ନିଜ ବାଇକ୍ ଯୋଗେ ଆସୁଥିଲେ। ଏହି ସମୟରେ ନିର୍ମଳଝର ଠାରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ଘଟିଥିଲା। ନିରାକାର ଓ ଆଲୋକ ବାଇକରୁ ଛିଟିକି ପଡ଼ିବା ସହ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଖଲ୍ଲିକୋଟ ଥାନା ପୋଲିସ ଡାକ୍ତରଖାନାରୁ ମୃତ ଶରୀର ଓ ଦୁର୍ଘଟଣାସ୍ଥଳରୁ କାର୍ ଓ ବାଇକ୍ ଜବତ କରି ତଦନ୍ତ ଚଳାଇଛି।