ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଦୁଇମାସ ପୂରିଲା, ଆଜି ଆସିବ ପତ୍ନୀ ବିଦ୍ୟାଶ୍ରୀ ଓ ତିନି ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟର ରିପୋର୍ଟ | News Room Odisha

ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଦୁଇମାସ ପୂରିଲା, ଆଜି ଆସିବ ପତ୍ନୀ ବିଦ୍ୟାଶ୍ରୀ ଓ ତିନି ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟର ରିପୋର୍ଟ

ଭୁବନେଶ୍ୱର-ବହୁଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ଅଡୁଆ ବୃଦ୍ଧି ପାଇଥିବା ବେଳେ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ତିନିବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟ୍ ବା ମିଛଧରା ରିପୋର୍ଟ ଆଜି ଆସିବ । ତେବେ, ରିପୋର୍ଟ କୋର୍ଟରେ ଗ୍ରହଣାୟ ହେଉ ନ ଥିଲେ ମଧ୍ୟ ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଂଚକୁ ଏଥିରୁ ସହାୟତା ମିଳିବା ନେଇ ଆଶା କରାଯାଉଛି । ଆଦିତ୍ୟ ଦାଶଙ୍କ ରହସ୍ୟମୟ ମୃତ୍ୟୁକୁ ଆଜି ମାସେ ପୂରିଲା । କିନ୍ତୁ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପରଦା ଉଠିପାରିନାହିଁ । ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି , ତାହା ବି ସ୍ପଷ୍ଟ ହୋଇପାରିନାହିଁ ।