ମହାରାଷ୍ଟ୍ରରେ ଆଉ ଦୁଇ ଓମିକ୍ରନ ରୋଗୀ ଚିହ୍ନଟ, ଦେଶରେ ମୋଟ ମାମଲା ୨୩କୁ ବୃଦ୍ଧି | News Room Odisha

ମହାରାଷ୍ଟ୍ରରେ ଆଉ ଦୁଇ ଓମିକ୍ରନ ରୋଗୀ ଚିହ୍ନଟ, ଦେଶରେ ମୋଟ ମାମଲା ୨୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଦୁଇ ଜଣ ଲୋକ କରୋନାର ଓମିକ୍ରନର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦଶକୁ ବୃଦ୍ଧି ପାଇଥିବାବେଳେ ଦେଶରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହିତ, ଦିଲ୍ଲୀର ଏଲଏନଜେପି ହସ୍ପିଟାଲର ସ୍ୱତନ୍ତ୍ର କେନ୍ଦ୍ରରେ ଆଉ ତିନିଜଣ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା, ସେଥିମଧ୍ୟରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଏବଂ ଆଉ ଜଣେ ସନ୍ଦିଗ୍ଧ।

ଅନ୍ୟପକ୍ଷରେ, ଗୁଜୁରାଟର ଜଣେ ଏନଆରଆଇ ଓମିକ୍ରନ ସଂକ୍ରମିତଙ୍କ ପତ୍ନୀ ଏବଂ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ କରୋନା ପଜିଟିଭ୍ ହୋଇଥିବା ନିଶ୍ଚିତ ହୋଇଛି । ସେମାନଙ୍କର ନମୁନା ଜିନୋମ ସ୍ବିକ୍ବେନ୍ସିଂ ପାଇଁ ପଠାଯାଇଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାରୁ ଫେରି ଆସିଥିବା ୩୭ ବର୍ଷ ବୟସ୍କା ବ୍ୟକ୍ତି ଏବଂ ଆମେରିକାରୁ ଫେରି ଆସିଥିବା ତାଙ୍କ ବନ୍ଧୁ (୩୬)ଜଣଙ୍କର ଓମିକ୍ରନ୍ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏହି ଦୁଇଜଣଙ୍କର ସମ୍ପର୍କ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି | କରୋନା ନିୟମ ଅନୁଯାୟୀ ଉଭୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ସମେତ ଭାରତରେ ରବିବାର ପର୍ଯ୍ୟନ୍ତ ଓମିକ୍ରନର ୨୧ଟି ମାମଲା ରିପୋର୍ଟ ହୋଇଥିଲା ।

Omicron Variant