ଶ୍ରୀନଗର: ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଶିକ୍ଷକଙ୍କ ମୃତ୍ୟୁ | News Room Odisha

ଶ୍ରୀନଗର: ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଶିକ୍ଷକଙ୍କ ମୃତ୍ୟୁ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଏକ ଇଦ୍‌ଗା ପରିସରରେ ଥିବା ସ୍କୁଲ୍ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ସ୍କୁଲ୍ ପ୍ରିନ୍ସିପାଲ୍ ସତିନ୍ଦର କୌରଙ୍କ ସହ ଆଉ ଜଣେ ୁ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ପୋଲିସର କହିଛି ଯେ, କିଛି ଆତଙ୍କବାଦୀ ହଠାତ୍ ସ୍କୁଲ ଭିତରେ ପଶି ଆସି ସେଠାରେ ଉପସ୍ଥିତ ଦୁଇ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ଗତ କିଛିଦିନ ଧରି ଆତଙ୍କବାଦୀ ଶ୍ରୀନଗରରେ ସାଧାରଣ ନାଗରିକ ବିଶେଷକରି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରିଛନ୍ତି । ଗତ ପାଞ୍ଚ ଦିନରେ ଏହା ହେଉଛି ସପ୍ତମ ଆତଙ୍କୀ ଆକ୍ରମଣ ।

ମଙ୍ଗଳବାର ଆତଙ୍କୀମାନେ ଇକବାଲ୍ ପାର୍କ ଅଞ୍ଚଳର ଜଣାଶୁଣା ଔଷଧ ଦୋକାନୀ ମଖନଲାଲ ବିନ୍ଦ୍ରୁଙ୍କୁ ହତ୍ୟା କରିଥିଲେ । ଆତଙ୍କୀମାନେ ବିନ୍ଦ୍ରୁ ଔଷଧ ଦୋକାନ ଭିତରେ ପଶି ତାଙ୍କ ଉପରେ ଗୁଳିବର୍ଷା କରି ଫେରାର୍ ହୋଇଯାଇଥିଲେ ।