ଜମ୍ମୁକାଶ୍ମୀର: ଅନନ୍ତନାଗ ଓ ବାନ୍ଦିପୋରାରେ ସେନା ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ | News Room Odisha

ଜମ୍ମୁକାଶ୍ମୀର: ଅନନ୍ତନାଗ ଓ ବାନ୍ଦିପୋରାରେ ସେନା ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀରର ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ସେନା ବାହିନୀ ।

ସେ କହିଛନ୍ତି ଯେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ତଲାସୀ ଅଭିଯାନ ଜାରି ରହିଛି। ଦ୍ୱିତୀୟ ଏନକାଉଣ୍ଟରରେ ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳର ଗୁଣ୍ଡଜାଙ୍ଗୀର ଠାରେ ଘଟିଥିଲା ​​। ଏଥିରେ ଜଣେ ଲଶ୍କର-ଏ-ତଇବା ଆତଙ୍କବାଦୀ ନିହତ ହୋଇଥିଲା ବୋଲି ସେ କହିଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଟୁଇଟ୍ କରି କହିଛନ୍ତି ଯେ ନିହତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା (ଟିଆରଏଫ) ର ଇମତିଆଜ ଅହମ୍ମଦ ଦାର ବୋଲି ଜଣାପଡିଛି। ନିକଟରେ ଶାହାଗୁଣ୍ଡ ବାନ୍ଦିପୋରାରେ ଜଣେ ସାଧାରଣ ନାଗରିକ ହତ୍ୟାରେ ତା’ର ସମ୍ପୃକ୍ତି ଥିଲା ।