ଆଇପିଏସ୍-ଆଇଏଏସ୍ କଳି: କର୍ଣ୍ଣାଟକର ଦୁଇ ମହିଳା ଅଧିକାରୀଙ୍କ ବିନା ପୋଷ୍ଟିଂରେ ବଦଳି | News Room Odisha

ଆଇପିଏସ୍-ଆଇଏଏସ୍ କଳି: କର୍ଣ୍ଣାଟକର ଦୁଇ ମହିଳା ଅଧିକାରୀଙ୍କ ବିନା ପୋଷ୍ଟିଂରେ ବଦଳି

ବେଙ୍ଗାଲୁରୁ: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପରେ ମାତିଥିବା କର୍ଣ୍ଣାଟକର ଦୁଇ ମହିଳା ଅଧିକାରୀଙ୍କୁ ରାଜ୍ୟ ସରକାର ଶେଷରେ ବଦଳି କରିଛନ୍ତି । ଆଇପିଏସ୍ ଅଧିକାରୀ ଡି.ରୁପା ମୁଦଗିଲ୍ ଓ ଆଇଏଏସ୍ ଅଫିସର ରୋହିଣୀ ସିନ୍ଧୁରୀଙ୍କୁ ବଦଳି କରାଯାଇଛି । ଉଭୟଙ୍କୁ ବିନା ପୋଷ୍ଟିଂରେ ଟ୍ରାନ୍ସଫର କରାଯାଇଛି।

ବଦଳି ପୂର୍ବରୁ ବି.ରୁପା ହସ୍ତଶିଳ୍ପ ଉନ୍ନୟନ ନିଗମର ନିର୍ଦ୍ଦେଶକ ଓ ରୋହିଣୀ ସିନ୍ଧୁରୀ ହିନ୍ଦୁ ଧାର୍ମିକ ସଂସ୍ଥା ଓ ଚାରିଟେବୁଲ ଏନଡାଓମେଣ୍ଟ ବିଭାଗର କମିଶନର ଥିଲେ ।

ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଏହି ଦୁଇ ମହିଳା ଅଧିକାରୀଙ୍କ ମଧ୍ୟରେ କଳି ଚର୍ଚ୍ଚାର ବିଷୟ ହୋଇଥିଲା । କର୍ଣ୍ଣାଟକର ବିଜେପି ସରକାର ପାଇଁ ଏହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ।