ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ସମାନ ନାଗରିକ ସଂହିତା ବିଲ୍ | News Room Odisha

ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ସମାନ ନାଗରିକ ସଂହିତା ବିଲ୍

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ମଙ୍ଗଳବାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଉପସ୍ଥାପିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ସୋମବାର ଏହି ପ୍ରସଙ୍ଗରେ ଡେରାଡୁନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ରାଜ୍ୟର ପୂର୍ବତନ ବୈଦେଶିକ ମନ୍ତ୍ରୀ ୟାକୁବ ସିଦ୍ଦିକିଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ବିଧାନସଭା ଆଡକୁ ପଦଯାତ୍ରା କରିଥିଲେ। ସେମାନେ ୟୁସିସି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ଏହି ଡ୍ରାଫ୍ଟରେ ବହୁ ବିବାହକୁ ନିଷିଦ୍ଧ ସହ ସମସ୍ତ ଧର୍ମରେ ବିବାହ ପାଇଁ ସର୍ବନିମ୍ନ ବୟସ ସମାନ ଭଳି ବ୍ୟବସ୍ଥା ରହିଛି। ତେବେ ଆଦିବାସୀ ସମ୍ପ୍ରଦାୟକୁ ଏଥିରୁ ବାଦ୍ ଦିଆଯାଇଛି।ରବିବାର ଧାମି ସରକାରଙ୍କ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟକୁ ଅନୁମୋଦନ କରିଥିଲା ।

ବିଧାନସଭାରେ ଦଳର ସ୍ଥିତିକୁ ବିଚାରକୁ ନେଇ ଏହି ବିଲ୍ ପାରିତ ହେବ ବୋଲି ସ୍ପଷ୍ଟ ହୋଇଛି। ଉତ୍ତରାଖଣ୍ଡର ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୪୭ ବିଧାୟକ ଅଛନ୍ତି । କଂଗ୍ରେସର ୧୯ ଏବଂ ୪ ଅନ୍ୟ ଦଳର ବିଧାୟକ ଅଛନ୍ତି। ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ, ତେବେ ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ।