ୟୁଜିସିର ବଡ଼ ନିଷ୍ପତ୍ତି: ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ | News Room Odisha

ୟୁଜିସିର ବଡ଼ ନିଷ୍ପତ୍ତି: ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କୁ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାକୁ ଅନୁମତି ଦିଆଯାଉ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟଗୁଡ଼ିକୁ କହିଛି। କୋର୍ସ ଇଂଲିଶ୍ ମିଡିୟମ୍ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ । ଆୟୋଗର ଅଧ୍ୟକ୍ଷ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି।

ୟୁଜିସି କହିଛି ଯେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ଏବଂ ମାତୃଭାଷା / ସ୍ଥାନୀୟ ଭାଷାରେ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟାକୁ ସମର୍ଥନ କରିବାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଏହି ପ୍ରୟାସକୁ ମଜବୁତ କରିବା ଏବଂ “ମାତୃଭାଷା / ସ୍ଥାନୀୟ ଭାଷାରେ ପାଠ୍ୟ ପୁସ୍ତକ ଲେଖିବା ଏବଂ ଅନ୍ୟାନ୍ୟ ଭାଷାରୁ ପାଠ୍ୟ ପୁସ୍ତକ ଗୁଡିକର ଅନୁବାଦ ସହିତ ଶିକ୍ଷାଦାନରେ ସେଗୁଡ଼ିକର ବ୍ୟବହାର ଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ୟୁଜିସି କହିଛି।

ତେଣୁ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଆଞ୍ଚଳିକ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦେଇପାରେ ଯଦିଓ ସିଲାବସ୍ ଇଂରାଜୀ ମିଡିୟମ ହୋଇଥାଉ ନା କାହିଁକି । ଏହାଛଡ଼ା ମୂଳ ଲେଖାର ଆଞ୍ଚଳିକ ଭାଷାରେ ଅନୁବାଦକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷାଦାନ-ଶିକ୍ଷା ପ୍ରକ୍ରିୟାରେ ଆଞ୍ଚଳିକ ଭାଷାରେ ବ୍ୟବହାର ନେଇ ୟୁଜିସି ଗୁରୁତ୍ୱାରୋପ କରିଛି ।