ରୁଷର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ | News Room Odisha

ରୁଷର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

କିଭ୍: କିଭର ଏକ ଆବାସିକ କୋଠା ଉପରେ ରୁଷର ରକେଟ ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଅକ୍ସାନା ଶ୍ବେତସଙ୍କ ମୃତ୍ୟୁ ହୋଇଛି। ତାଙ୍କ ଟ୍ରୁପ୍ ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରି ଓକ୍ସାନାଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛି । ଅକ୍ସାନାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳା ସମ୍ମାନ ପ୍ରଦାନ କରାଯାଇଥିଲା ।

ସାଧାରଣ ନାଗରିକଙ୍କ ଉପରେ ରୁଷର ଆକ୍ରମଣର ଭୟଙ୍କର ପ୍ରଭାବ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷ ଏହାକୁ ଏକ ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା ‘ଅକ୍ଷମଣୀୟ ବୟାନ’ ବୋଲି କହିଛି। ହ୍ବାଇଟ ହାଉସରେ ବାଇଡେନ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଭାବୁଛି ସେ (ପୁଟିନ) ଜଣେ ଯୁଦ୍ଧ ଅପରାଧୀ।