ବେଲାରୁଷରେ ଆଲୋଚନା ପାଇଁ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ୟୁକ୍ରେନ, ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି | News Room Odisha

ବେଲାରୁଷରେ ଆଲୋଚନା ପାଇଁ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ୟୁକ୍ରେନ, ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି

ମସ୍କୋ: ଲଗାତାର ଚାରି ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସୁଛି | ରୁଷ୍ ଏବେ ୟୁକ୍ରେନ ସହ ଆଲୋଚନା କରିବାକୁ ରାଜି ହୋଇଛି। ରୁଷର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବେଲାରୁଷରେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କ୍ରେମଲିନ୍ କହିଛି। ତେବେ ବେଲାରୁଷରେ ଆଲୋଚନା ପାଇଁ ରୁଷର ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରିଛି ‌। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବେଲାରୁଷର ମଧ୍ୟ ସମର୍ଥନ ରହିଛି ବୋଲି ଅଭିଯୋଗ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେଂସ୍କି ରୁଷର ପ୍ରସ୍ତାବକୁ ଖାରଜ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଉପରେ ଆକ୍ରମଣର ଚତୁର୍ଥ ଦିନରେ ରୁଷୀୟ ସେନା ୟୁକ୍ରେନର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବର ଦୁଇଟି ସହରକୁ ଚାରିପଟେ ଘେରିଥିବା ଦାବି କରିଛି। ଉଲ୍ଲେଖଯୋଗ୍ୟ, ଶନିବାର ରୁଷ ଏକ ବଡ଼ ଘୋଷଣା କରି କହିଥିଲା ଯେ ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ ଆହୁରି ଜୋରଦାର୍ ହେବ।

ଏବେ ସବୁ ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବ ବୋଲି ରୁଷ୍ କହିଥିଲା। ଏହା ପୂର୍ବରୁ କିଭ୍ ଉପରେ ଆକ୍ରମଣକୁ ମନ୍ଥର କରିଦେଇଛି ରୁଷ୍। ଅନ୍ୟପକ୍ଷେ ୟୁକ୍ରେନ ପାଶ୍ଚାତ୍ୟ ଦେଶମାନଙ୍କରୁ ଆର୍ଥିକ ଏବଂ ସାମରିକ ସହାୟତା ପାଇବା ପରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ୟୁକ୍ରେନର ସମସ୍ତ ସହର ଉପରେ ଆକ୍ରମଣକୁ ଜୋରଦାର୍ କରିଛି ରୁଷ୍।

ଶନିବାର ଦିନ ଚେର୍ନୋବାଇଲ୍ ଆଣବିକ ପ୍ଲାଣ୍ଟ କବଜା କରିବା ପରେ ରୁଷର ସେନା ଆଉ ଏକ ଆଣବିକ ପ୍ଲାଣ୍ଟକୁ କାବୁ କରିବାକୁ ଚେଷ୍ଟା କରୁଛି। ରୁଷର ସୈନିକ ମାନଙ୍କ ପକ୍ଷରୁ ବୋମା ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରୁଛନ୍ତି।