ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ୍ ଦୋଷମୁକ୍ତ | News Room Odisha

ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ୍ ଦୋଷମୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ଏକ ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ପୂର୍ବତନ ଛାତ୍ରନେତା ଉମର ଖାଲିଦ୍ ଏବଂ ଖାଲିଦ ସୈଫିଙ୍କୁ ଦୋଷ ମୁକ୍ତ କରିଛନ୍ତି। ଚାନ୍ଦବାଗ୍ ପଥର ଫିଙ୍ଗା ମାମଲାରେ ଉଭୟଙ୍କୁ ଜାମିନ ମିଳିଛି । ତେବେ ଦଙ୍ଗା ଷଡଯନ୍ତ୍ର ଅଭିଯୋଗରେ ଉଭୟ ବର୍ତ୍ତମାନ ୟୁଏପିଏ ମାମଲାରେ ଜେଲରେ ଅଛନ୍ତି।

ଚାନ୍ଦବାଗ୍ ପଥର ଫିଙ୍ଗା ମାମଲାରେ ସମ୍ପୃକ୍ତି ନେଇ ଖାଲିଦ୍ ସୈଫି ଏବଂ ଉମର ଖାଲିଦଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ ବୋଲି କହି କୋର୍ଟ ଉଭୟଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି । ।

ଦଙ୍ଗା ନେଇ ଷଡଯନ୍ତ୍ର ରଚିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ସହ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ଉମର ଖାଲିଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୨୦ରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।