ପୁଣି ଚର୍ଚ୍ଚାରେ ପେସ୍ ସେନସେସନ୍ ଉମ୍ରାନ୍ ମଲିକ୍, ୧୫୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ପକାଇଲେ ବଲ୍ | News Room Odisha

ପୁଣି ଚର୍ଚ୍ଚାରେ ପେସ୍ ସେନସେସନ୍ ଉମ୍ରାନ୍ ମଲିକ୍, ୧୫୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ପକାଇଲେ ବଲ୍

ମୁମ୍ବାଇ: ଆଇପିଏଲ୍ ୨୦୨୨ ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି | ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ପେସ୍ ସେନସେସନ୍ ଉମ୍ରାନ୍ ମଲିକ୍ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଦ୍ରୁତତମ ବଲ୍ ପକାଇ ଇତିହାସ ସୃଷ୍ଟି କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସର ଶେଷ ଓଭରରେ ଉମ୍ରାନ ମଲିକ ୧୫୭ କିଲୋମିଟର ପ୍ରତି ଘଣ୍ଟାର ବେଗରେ ବୋଲିଂ କରିଥିଲେ। ଏହା ଚଳିତ ସିଜନର ଦ୍ରୁତତମ ବଲ୍ ଥିଲା |

ଉମ୍ରାନ୍ ମଲିକ୍ ନିଜ ବେଗ ଦ୍ବାରା ଚଳିତ ଆଇପିଏଲ୍ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମଧ୍ୟ ସେ ​​ଅତି ଦ୍ରୁତ ବୋଲିଂ କରିଥିଲେ । ଉମ୍ରାନ ମଲିକ ଦିଲ୍ଲୀ ବିପକ୍ଷ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରର ପ୍ରାୟ ପ୍ରତ୍ୟେକ ବଲ୍ ୧୫୦ ରୁ ଅଧିକ ବେଗରେ ଥିଲା | କିନ୍ତୁ ତାଙ୍କର ଏହି ଓଭରରେ ପ୍ରବଳ ରନ୍ ମଧ୍ୟ ବର୍ଷିଥିଲା | ଦିଲ୍ଲୀର ରୋଭମାନ୍ ପାଓ୍ବେଲ, ଉମ୍ରାନଙ୍କ ୧୫୭ କିମି ପ୍ରତି ଘଣ୍ଟା ସ୍ପିଡ୍ ବଲରେ ଚୌକା ମାରିଥିଲେ | ଏହି ପୂରା ଓଭରରେ ୧୯ ରନ୍ ସଂଗ୍ରହ କରିଥିଲା ଦିଲ୍ଲୀ ।