କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ | News Room Odisha

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ମିଳିଛି। ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଦୁଇଥର ଫୋନରେ ଏପରି ଧମକ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ୧୧.୩୦ ରୁ ୧୨.୩୦ ମଧ୍ୟରେ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଦୁଇଟି ଧମକପୂର୍ଣ୍ଣ କଲ୍ ଆସିଥିଲା । ବଟି ନ ମିଳିଲେ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି କଲ୍ କରିଥିବା ବ୍ୟକ୍ତି ଧମକ ଦେଇଥିଲା। ବ୍ୟକ୍ତି ଜଣକ ଦାଉଦଙ୍କ ନାଁ ମଧ୍ୟ ନେଇଥିଲା ।

ତିନୋଟି ଧମକପୂର୍ଣ୍ଣ କଲ୍ ପାଇବା ପରେ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ପୋଲିସକୁ ସୂଚନା ଦେଇଥିଲା। ଏହି ସମୟରେ ବରିଷ୍ଠ ପୋଲିସ କର୍ମଚାରୀ ଗଡକରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ କହିଛନ୍ତି ଯେ ହତ୍ୟା ଧମକ ମିଳିବା ପରେ ଗଡକରୀଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

ପ୍ରାରମ୍ଭିକ ତଦନ୍ତରୁ ନିତିନ ଗଡକରୀଙ୍କୁ ଧମକପୂର୍ଣ୍ଣ କଲ୍ କର୍ଣ୍ଣାଟକର ହୁବଲିରୁ ଆସିଥିଲା ବୋଲି ପୋଲିସ କହିଛି ।