କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ସୂଚନା, ୟୁକ୍ରେନର ସୁମି ସହରରେ ଫସିଥିବା ସବୁ ଭାରତୀୟ ଛାତ୍ର ଉଦ୍ଧାର | News Room Odisha

କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ସୂଚନା, ୟୁକ୍ରେନର ସୁମି ସହରରେ ଫସିଥିବା ସବୁ ଭାରତୀୟ ଛାତ୍ର ଉଦ୍ଧାର

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର କହିଛନ୍ତି ଯେ ଯୁଦ୍ଧଗ୍ରସ୍ତ ୟୁକ୍ରେନର ସୁମି ସହରରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ସୁମିରୁ ସବୁ ଭାରତୀୟ ଛାତ୍ରଛାତ୍ରୀ ବସ୍‌ରେ ପୋଲଟାଭା ସହରକୁ ଚାଲିଯାଇଛନ୍ତି।

ପୁରୀ ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ କଣ୍ଟ୍ରୋଲ ରୁମରେ କଥାବାର୍ତ୍ତା କରିଛି, ଗତ ରାତି ପର୍ଯ୍ୟନ୍ତ ସୁମିରେ ୬୯୪ ଭାରତୀୟ ଛାତ୍ର ଥିଲେ | ଆଜି ସମସ୍ତେ ବସ୍ ଯୋଗେ ପୋଲଟାଭା ଅଭିମୁଖେ ଯାତ୍ରା କରିଛନ୍ତି। ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରିଥିଲେ । ରୁଷର ଆକ୍ରମଣ ପରେ ଏହି ପୂର୍ବ ୟୁରୋପୀୟ ଦେଶରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ସୁମିରୁ ଉଦ୍ଧାର କରିବା ନେଇ ଆଲୋଚନା କରିଥିଲେ ।

ଭାରତ ବର୍ତ୍ତମାନ ସୁଦ୍ଧା ୧୭,୧୦୦ ରୁ ଅଧିକ ନାଗରିକଙ୍କୁ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ଫେରାଇ ଆଣିବାରେ ସଫଳ ହୋଇଛି।