ଲକ୍ଷ୍ନୌ ସମେତ ୬ ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କଲେ ୟୁପି ସରକାର | News Room Odisha

ଲକ୍ଷ୍ନୌ ସମେତ ୬ ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କଲେ ୟୁପି ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ସହରରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀ ସଂଲଗ୍ନ ୬ ଜିଲ୍ଲା ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମେରଟ, ହାପୁର, ବାଗପତ, ବୁଲନ୍ଦସହର ସମେତ ରାଜଧାନୀ ନଗରୀ ଲକ୍ଷ୍ନୌରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଯୋଗୀ ସରକାର। ଗତ ଏକ ସପ୍ତାହ ଧରି ୟୁପିରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି ।

ଗତ ଚାରି ଦିନ ଧରି ଉତ୍ତର ପ୍ରଦେଶରେ ୧୦୦ ରୁ ଅଧିକ କରୋନା ମାମଲା ଆସୁଛି | ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧୧୫ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ରାଜ୍ୟରେ କରୋନା ରୋଗର ସକ୍ରିୟ ମାମଲା ୬୯୫କୁ ବୃଦ୍ଧି ପାଇଛି।