ଜଷ୍ଟିସ ୟୁୟୁ ଲଲିତ ଷଷ୍ଠ ପ୍ରଧାନ ବିଚାରପତି ଯାହାଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ୍ | News Room Odisha

ଜଷ୍ଟିସ ୟୁୟୁ ଲଲିତ ଷଷ୍ଠ ପ୍ରଧାନ ବିଚାରପତି ଯାହାଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ୍

ନୂଆଦିଲ୍ଲୀ: ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶନିବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ଷଷ୍ଠ ପ୍ରଧାନ ବିଚାରପତି ଯାହାଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ୍ ହେବ। ଜଷ୍ଟିସ୍ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ୭୪ ଦିନ ରହିବ ଏବଂ ସେ ନଭେମ୍ବର ୮ରେ ଅବସର ନେବେ। ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଏବଂ ହାଇକୋର୍ଟର ବିଚାରପତିମାନେ ୬୨ ବର୍ଷ ବୟସରେ ଅବସର ନିଅନ୍ତି।

ସୁପ୍ରିମକୋର୍ଟର ଏହି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ୍ ଥିଲା –

– ୨୫ ନଭେମ୍ବର ୧୯୯୧ ରୁ ୧୨ ଡିସେମ୍ବର ୧୯୯୧ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିବା ଜଷ୍ଟିସ କମଲ ନାରାୟଣ ସିଂଙ୍କ କାର୍ଯ୍ୟକାଳ ୧୮ ଦିନ ଥିଲା।

– ଜଷ୍ଟିସ୍ ଏସ୍ ରାଜେନ୍ଦ୍ର ବାବୁ, ଯିଏ ମଇ ୨, ୨୦୦୪ରୁ ମେ ୩୧, ୨୦୦୪ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର କାର୍ଯ୍ୟକାଳ ୩୦ ଦିନ ଥିଲା।

– ଜଷ୍ଟିସ୍ ଜେସି ଶାହା ୩୬ ଦିନ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବ ତୁଲାଇଥିଲେ । ତାଙ୍କର କାର୍ଯ୍ୟକାଳ ୧୭ ଡିସେମ୍ବର ୧୯୭୦ ରୁ ୨୧ ଜାନୁୟାରୀ ୧୯୭୧ ପର୍ଯ୍ୟନ୍ତ ଥିଲା।

– ଜଷ୍ଟିସ୍ ଜି ବି ପଟ୍ଟନାୟକ ୮ ନଭେମ୍ବର ୨୦୦୨ ରୁ ୧୮ ଡିସେମ୍ବର ୨୦୦୨ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ | ତାଙ୍କର କାର୍ଯ୍ୟକାଳ ୪୧ ଦିନ ଥିଲା।

– ଜଷ୍ଟିସ୍ ଏଲ୍.ଏମ୍ ଶର୍ମାଙ୍କ କାର୍ଯ୍ୟକାଳ ୮୬ ଦିନ ଥିଲା। ସେ ୧୮ ନଭେମ୍ବର ୧୯୯୨ ରୁ ୧୧ ଫେବୃଆରୀ ୧୯୯୩ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ।