ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା | News Room Odisha

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର – ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ରାଜ୍ୟର ଏହା ସର୍ବପୁରାତନ ଏବଂ ଦେଶର ୧୭ ତମ ପୁରାତନ ବିଶ୍ୱବିଦ୍ୟାଳୟ । ଏହା ଏକ ଶିକ୍ଷାଦାନ-ତଥା -ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ  ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ମା’ ଭାବରେ ଜଣାଶୁଣା ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଭିନ୍ନ ଇତିହାସ ରହିଛି।

ଆଧୁନିକ ଓଡିଶାର ବିକାଶରେ ଏହାର ଅବଦାନ ଅତୁଳନୀୟ । ବିଶ୍ୱବିଦ୍ୟାଳୟକୁ ଅନେକ ପ୍ରତିଷ୍ଠିତ ଯଶସ୍ବୀ ଶିକ୍ଷାବିତ ମାନେ ସେବା ପ୍ରଦାନ କରିଛନ୍ତି । ଏକାଡେମିକ ଏବଂ ଅନୁସନ୍ଧାନରେ ଏହାର ଉଲ୍ଲେଖନୀୟ ସଫଳତା ବିଶ୍ୱବିଦ୍ୟାଳୟକୁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବାରେ ସାହାଯ୍ୟ କରିଛି ।  ସାକ୍ଷାତ ଆଲୋଚନା କାଳରେ ଏହି ବିଶ୍ଵବିଦ୍ୟାଳୟର ବିକାଶ ତଥା ଗୌରବ ବଜାୟ ରଖିବା ନେଇ ଆଲୋଚନା ହୋଇଥିଲା ।