ଉତ୍ତରକାଶୀ ବସ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି | News Room Odisha

ଉତ୍ତରକାଶୀ ବସ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ଘଟିଥିବା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ସବୁ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ପୋଲିସ କହିଛି । ଏହି ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିଲେ ।

ମଧ୍ୟପ୍ରଦେଶର ପାନ୍ନାରୁ ୩୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତରକାଶୀର ଯମୁନେତ୍ରୀ ରାଜପଥ ନିକଟରେ ଏକ ଗଭୀର ଖାତକୁ ଖସି ପଡ଼ିଥିଲା । ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ମଧ୍ୟ ପ୍ରଦେଶର ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।