ଆଇଟିଡିଏ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ | News Room Odisha

ଆଇଟିଡିଏ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ

ନବରଙ୍ଗପୁର – ସରକାରୀ ଗାଡିରେ ବ୍ୟାଗରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଚାଲାଣ ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ ଗିରଫ ହୋଇଛନ୍ତି । ସେହି ଟଙ୍କାର ଉତ୍ସ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା । ସହକାରୀ ଯନ୍ତ୍ରୀ ପ୍ରଧାନ କିନ୍ତୁ ଟଙ୍କା କେଉଁଠୁ ଆସିଥିଲା,ତାହାର ସନ୍ତୋଷଜନକ ଉତର ଦେଇପାରି ନ ଥିଲେ । ସେ ମଧ୍ୟ ଗତ ୧୫ ଦିନରେ କୌଣସି ବ୍ୟାଙ୍କରୁ ଟଙ୍କା ଉଠାଇ ନାହାନ୍ତି । ସନ୍ତୋଷଜଜନକ ଉତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି ।

ITDA assistant engineer Pramod Kumar PradhanVigilance arrested