ଟଙ୍କା ଲୁଚାଇବା ଅଭିଯୋଗରେ କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କଲା ଭିଜିଲାନ୍ସ | News Room Odisha

ଟଙ୍କା ଲୁଚାଇବା ଅଭିଯୋଗରେ କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ସ୍ବାମୀଙ୍କ କଳାଟଙ୍କା ଲୁଚାଇବାରେ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସାଲିଆ ସାହିର ଏକ ଝୁମ୍ପୁଡ଼ି ଘରୁ କଳ୍ପନାଙ୍କ ଭଉଣୀ ତଥା ରାଉଳଙ୍କ ଶାଳୀଙ୍କ ଘରୁ ନଗଦ ୧ କୋଟି ୪୧ ଲକ୍ଷ ଟଙ୍କା ଓ ୩୫୪ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।

କାର୍ତ୍ତିକେଶ୍ୱରଙ୍କ ପତ୍ନୀ କଳ୍ପନାଙ୍କୁ ଜେରାବେଳେ ସେ ବିପୁଳ ପରିମାଣର ଟଙ୍କା ଓ ସୁନା ତାଙ୍କ ଭଉଣୀଙ୍କ ଘରେ ଲୁଚାଇଥିବା କହିଥିଲେ। ଏହା ପରେ ଭୋରରେ ଭିଜିଲାନ୍ସ ଟିମ କଳ୍ପନାଙ୍କ ଭଉଣୀ ରହୁଥିବା ସାଲିଆ ସାହିରେ ଚଢ଼ାଉ କରିଥିଲା।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ଦିନର ଚଢ଼ାଉ କରିବା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ଟିମ ୩ ଦିନିଆ ରିମାଣ୍ଡରେ ନେଇଛି।