ଲାଞ୍ଚ ନେଇ ଧରାପଡିଲେ ଆରଆଇ | News Room Odisha

ଲାଞ୍ଚ ନେଇ ଧରାପଡିଲେ ଆରଆଇ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଜମି ବିଭାଜନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଜମନକିରା ଆରଆଇ ମନୋଜ କୁମାର ମହାନନ୍ଦଙ୍କୁ ଧରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ, ଜମି ବିଭାଜନ ପାଇଁ ଫିଲ୍ଡ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରିବା ସକାଶେ ଜମନକିରା ଆରଆଇ ମନୋଜ କୁମାର ମହାନନ୍ଦ ଜଣେ ବ୍ୟକ୍ତିଙ୍କଠାରୁ ୯୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ଟଙ୍କା ନେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ମହାନନ୍ଦଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।