ଦଲାଇ ଲାମାଙ୍କ ଭାଇରାଲ ଭିଡିଓକୁ ନେଇ ବିବାଦ, ନାବାଳକକୁ ଚୁମ୍ବନ ଦେବା ସହ ଜିଭ ଚାଟିବାକୁ କହିଲେ | News Room Odisha

ଦଲାଇ ଲାମାଙ୍କ ଭାଇରାଲ ଭିଡିଓକୁ ନେଇ ବିବାଦ, ନାବାଳକକୁ ଚୁମ୍ବନ ଦେବା ସହ ଜିଭ ଚାଟିବାକୁ କହିଲେ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ଦେଖାଦେଇଛି । ଦଲାଇ ଲାମାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଜଣେ ନାବାଳକର ଓଠକୁ ଚୁମ୍ବନ ଦେବା ସ‌ହ ତାଙ୍କ ଜିଭ ଚାଟିବାକୁ କହୁଥିବା ଦେଖିବାକୁ ମିଳୁଛି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ନାବାଳକ ଜଣକ ପ୍ରଥମେ ଦଲାଇ ଲାମାଙ୍କୁ ପ୍ରଣାମ କରୁଛି । ଏହାପରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେଉଛନ୍ତି ଏବଂ ନିଜ ଜିଭ ବାହାର କରି ତାହାକୁ ଚାଟିବାକୁ ପିଲାଟିକୁ କହୁଛନ୍ତି । ଏହି ଭିଡ଼ିଓ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼ରେ ଏକ ବୌଦ୍ଧ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିଲା । ସେଠାରେ ଦଲାଇ ଲାମା ଏକ ନାବାଳକକୁ ଚୁମ୍ବନ ଦେଇଥିଲେ, ଯାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ଜଣେ ୟୁଜର ଦୀପିକା ପୁଷ୍କର ନାଥ ଲେଖିଛନ୍ତି ଏହା ଅତ୍ୟନ୍ତ ଅଶୋଭନୀୟ । ଦଲାଇ ଲାମାଙ୍କ ଏପରି ଆଚରଣକୁ କେହି ଠିକ୍ ବୋଲି କହିବା ଉଚିତ୍ ନୁହେଁ। ଏହି ଭିଡିଓ ଉପରେ ଆପତ୍ତି ଉଠାଇ ଜସ ଓବରୟ ନାମକ ଅନ୍ୟ ଜଣେ ଟ୍ୱିଟର ୟୁଜର ଦଲାଇ ଲାମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଏହା କ’ଣ ଦେଖୁଛି ? ଇଏ କ’ଣ ଦଲାଇ ଲାମା? ଏହା ଅତ୍ୟନ୍ତ ଘୃଣ୍ୟ ।”