ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସିବେ | News Room Odisha

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସିବେ

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସିବେ । ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହେବା ନେଇ ଆଶା କରାଯାଉଛି | ରୁଷ୍ ରାଷ୍ଟ୍ରପତିଙ୍କ ସହଯୋଗୀ ୟୁରୀ ଉଷାକୋଭ କହିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ପରେ ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ୧୦ଟି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିବେ।

ରୁଷର ନ୍ୟୁଜ୍ ଏଜେନ୍ସି ‘ଟାସ୍’ ଅନୁଯାୟୀ, ଉଷାକୋଭ ଚୁକ୍ତିନାମା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। କାରଣ ସେଗୁଡିକୁ ଚୂଡାନ୍ତ ରୂପ ଦିଆଯାଇ ନାହିଁ, କିନ୍ତୁ ସେ କହିଛନ୍ତି ଯେ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଦୃଷ୍ଟିକୋଣରୁ ଏହି ଦ୍ୱିପାକ୍ଷିକ ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ | ଉଲ୍ଲେଖଯୋଗ୍ୟ ଯେ, ବାର୍ଷିକ ଭାରତ- ରୁଷିଆ ସମ୍ମିଳନୀ ପାଇଁ ପୁଟିନ ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ନଭେମ୍ବର ୨୦୧୯ରେ ବ୍ରାଜିଲିଆରେ ହୋଇଥିବା ବ୍ରିକ୍ସ ସମ୍ମିଳନୀ ପରେ ରୁଷର ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ବ୍ୟକ୍ତିଗତ ବୈଠକ ହେବ।

Russian President Vladimir Putin