ମଧ୍ୟପ୍ରଦେଶରେ ଭୋଟ୍ ଗ୍ରହଣ ଆରମ୍ଭ, ଛତିଶଗଡରେ ବି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ | News Room Odisha

ମଧ୍ୟପ୍ରଦେଶରେ ଭୋଟ୍ ଗ୍ରହଣ ଆରମ୍ଭ, ଛତିଶଗଡରେ ବି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ

ଭୋପାଳ/ରାୟପୁର: ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ଶୁକ୍ରବାର ସକାଳେ ଆରମ୍ଭ ହୋଇଛି । ଏହାଛଡ଼ା ଆଜି ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ଅବଶିଷ୍ଟ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ମଧ୍ୟ ପ୍ରଦେଶରେ ଭୋଟ୍ ଗ୍ରହଣ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଛତିଶଗଡରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇଛି। କିନ୍ତୁ କେତେକ ନକ୍ସଲ ପ୍ରଭାବିତ ଆସନରେ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବୁଦ୍ଦନୀରୁ ଏବଂ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କମଲ ନାଥ ଛିଣ୍ଡୱାରାରୁ ନିର୍ବାଚନ ଲଢ଼ୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦିମାନୀରୁ ଓ ନରୋତ୍ତମ ମିଶ୍ର ଦତ୍ତିଆରୁ ଛିଡା ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ନରସିଂହପୁରରୁ ଠିଆ ହୋଇଛନ୍ତି। ଇନ୍ଦୋର-୧ ଆସନରୁ ବିଜେପିର କୈଳାଶ ବିଜୟଭର୍ଗିଆ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପାଟନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।