ସନରାଇଜର୍ସକୁ ଝଟକା, ୱାଶିଂଟନ୍ ସୁନ୍ଦର ଆଇପିଏଲରୁ ବାହାର  | News Room Odisha

ସନରାଇଜର୍ସକୁ ଝଟକା, ୱାଶିଂଟନ୍ ସୁନ୍ଦର ଆଇପିଏଲରୁ ବାହାର 

ନୂଆଦିଲ୍ଲୀ: ହାମଷ୍ଟ୍ରିଂ ଆଘାତ କାରଣରୁ ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର । ଫ୍ରାଞ୍ଚାଇଜ ପକ୍ଷରୁ ଏକ ପ୍ରେସ ବିବୃତିରେ ଏହି ସୂଚନା ଦିଆଯାଇଛି ।

କ୍ରମାଗତ ତିନୋଟି ପରାଜୟ ସହ ସନରାଇଜର୍ସ ବର୍ତ୍ତମାନ ଆଇପିଏଲ୍ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ଏଭଳି ସ୍ଥିତିରେ ୱାଶିଂଟନ୍ ସୁନ୍ଦର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ଦଳ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି ।

୨୩ ବର୍ଷୀୟ ୱାଶିଂଟନ୍ ସୁନ୍ଦର ଚଳିତ ଆଇପିଏଲରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ହାରାହାରି ୪୮.୬୬ ସହ ୬୦ ରନ୍ ସଂଗ୍ରହ କରିଛନ୍ତି ଏବଂ ୮.୨୬ ଇକୋନୋମି ରେଟ୍ ସହିତ ତିନୋଟି ୱିକେଟ୍ ନେଇଛନ୍ତି।

ଚଳିତ ଆଇପିଏଲ ସିଜନରେ ତାଙ୍କ ସର୍ବାଧିକ ସ୍କୋର ହେଉଛି ୨୪ ନଟ୍ ଆଉଟ୍। ତାମିଲନାଡୁରୁ ଏହି ଖେଳାଳି ଆଇପିଏଲର ଗତ ସିଜନରେ ମଧ୍ୟ ଆହତ ହୋଇଥିଲେ ।