୨୨ ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଆକାଉଣ୍ଟ୍ ବନ୍ଦ କଲା ହ୍ବାଟସଆପ୍ | News Room Odisha

୨୨ ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଆକାଉଣ୍ଟ୍ ବନ୍ଦ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ୨୨ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି। ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନୀ ଏହାର ମାସିକ କମ୍ଲାଏନ୍ସ ରିପୋର୍ଟରେ ଏହି ସୂଚନା ଦେଇଛି। ନିୟମ ଉଲ୍ଲଂଘନ ପାଇଁ ଏହି ଆକାଉଣ୍ଟ ଗୁଡ଼ିକୁ ବ୍ୟାନ୍ କରାଯାଇଛି ବୋଲି ହ୍ବାଟସଆପ୍ କହିଛି।

ୟୁଜର ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ହ୍ବାଟସଆପ୍ ନିୟମ ଉଲ୍ଲଂଘନ କରିଥିବା ଆକାଉଣ୍ଟକୁ ବ୍ୟାନ୍ କରିଛି। ହ୍ବାଟସଆପ୍ ୟୁଜର ସେଫ୍ଟି ରିପୋର୍ଟରୁ ଜଣାପଡିଛି ଯେ ମୋଟ ୨୨ ଲକ୍ଷ ୯ ହଜାର ଆକାଉଣ୍ଟ୍ ବ୍ୟାନ୍ ହୋଇଛି ‌। ହ୍ବାଟସଆପ୍ କହିଛି ଯେ ଏହି ୟୁଜର ସେଫ୍ଟି ରିପୋର୍ଟରେ ୟୁଜରଙ୍କ ଠାରୁ ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ଏହି ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ପାଇଁ ହ୍ବାଟସଆପ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ହ୍ବାଟସଆପ୍ ସରକାରଙ୍କୁ କହିଛି ଯେ ସେପ୍ଟେମ୍ବରରେ ସେଫ୍ଟି ସମ୍ବନ୍ଧୀୟ ପ୍ରାୟ ୫୬୦ ଅଭିଯୋଗ ମିଳିଥିଲା। ଏହି ଅଭିଯୋଗ ଗୁଡ଼ିକର ତଥ୍ୟ ନିମ୍ନଲିଖିତ ପ୍ରକାରେ: ଆକାଉଣ୍ଟ୍ ସପୋର୍ଟ (୧୨୧), ବ୍ୟାନ୍ ଅପିଲ୍ (୩୦୯), ଅନ୍ୟାନ୍ୟ ସହାୟତା ଏବଂ ଉତ୍ପାଦ ସହାୟତା (ପ୍ରତ୍ୟେକ ୪୯) ଏବଂ ସୁରକ୍ଷା (୩୨) | କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, “ହ୍ବାଟସଆପ୍ ହେଉଛି ଏକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ମେସେଜିଂ ସେବା ପ୍ରଦାନକାରୀ ଏବଂ ମେସେଜିଂ ଅପବ୍ୟବହାରକୁ ରୋକିବାରେ ଅଗ୍ରଣୀ ଆପ୍। ଗତ କିଛି ବର୍ଷ ମଧ୍ୟରେ ଆମର ପ୍ଲାଟଫର୍ମରେ ଆମର ୟୁଜରଙ୍କ ସୁରକ୍ଷା ପାଇଁ ଆମେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ବ୍ୟବହାର କରିଛୁ। ଡାଟା ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କ ଏଥିପାଇଁ କ୍ରମାଗତ ଭାବେ ନିଯୁକ୍ତି ଦିଆଯାଇଛି ।