ଭାରତ ସମେତ ଅନେକ ଦେଶରେ ହ୍ବାଟସଆପ୍ ଡାଉନ୍ | News Room Odisha

ଭାରତ ସମେତ ଅନେକ ଦେଶରେ ହ୍ବାଟସଆପ୍ ଡାଉନ୍

ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ଡାଉନ୍ ହୋଇଥିବା ସୂଚନା ମିଳିଛି |

ଭାରତର ସମେତ ଅନେକ ଦେଶରେ ଲୋକମାନେ ହ୍ବାଟସଆପ୍ କାମ କରୁନଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏହି ବିଷୟ ଟ୍ରେଣ୍ଡ କରୁଛି ।

ମଙ୍ଗଳବାର ଭାରତୀୟ ସମୟ ଦିନ ପ୍ରାୟ ୧୨:୧୫ ସମୟରେ ହ୍ବାଟସଆପ୍ ସେବା ପ୍ରଭାବିତ ହୋଇଥିଲା । ୟୁଜରମାନେ ମେସେଜ୍ ପଠାଇ ପାରିନଥିଲେ କି ଅନ୍ୟମାନଙ୍କ ଠାରୁ ମେସେଞ୍ଜର ରିସିଭ୍ ମଧ୍ୟ କରିପାରିନଥିଲେ।

ହ୍ବାଟସଆପର ପ୍ୟାରଣ୍ଟ୍ କମ୍ପାନୀ ମେଟାର ମୁଖପାତ୍ର କହିଛନ୍ତି ଯେ ହ୍ବାଟସଆପ୍ ମାଧ୍ୟମରେ ମେସେଜ୍ କରିବାରେ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ। ଆମେ ଯେତେ ସମ୍ଭବ ଶୀଘ୍ର ଏହାକୁ ଠିକ୍ କରିବାକୁ ଚେଷ୍ଟା କରୁଛୁ।

ଏହି ସମସ୍ୟା ହ୍ବାଟସଆପର ଉଭୟ ପର୍ସନାଲ ଚାଟ୍ ଏବଂ ଗ୍ରୁପ୍ ଚାଟ୍ ରେ ଦେଖାଦେଇଥିଲା | ହ୍ବାଟସଆପ୍ ୟୁଜରମାନେ କୌଣସି ଗ୍ରୁପ୍ ରେ ଅବା ପର୍ସନାଲ ଭାବେ କାହାକୁ ମେସେଜ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ହଜାର ହଜାର ୟୁଜରଙ୍କ ହ୍ବାଟସଆପ୍ କାମ କରୁନଥିବା ଡାଉନ୍ ଡିଟେକ୍ଟର ନାମକ ଏକ ୱେବସାଇଟ୍ ମଧ୍ୟ ସ୍ପଷ୍ଟ କରିଛି । ଭାରତର ମଧ୍ୟ ଲୋକମାନେ ଏହି ସମସ୍ୟାର ନେଇ ଅଭିଯୋଗ କରିଥିଲେ | ହ୍ବାଟସଆପ୍ ର ଉଭୟ ମୋବାଇଲ ଓ ଓ୍ବେବ୍ ଭର୍ସନରେ ଏପରି ସମସ୍ୟା ଦେଖାଦେଇଥିଲା ।