ବାଇଡେନ ୟୁକ୍ରେନ ଯିବାର ଯୋଜନା ନାହିଁ, ସ୍ପଷ୍ଟ କଲା ହ୍ବାଇଟ୍ ହାଉସ୍ | News Room Odisha

ବାଇଡେନ ୟୁକ୍ରେନ ଯିବାର ଯୋଜନା ନାହିଁ, ସ୍ପଷ୍ଟ କଲା ହ୍ବାଇଟ୍ ହାଉସ୍

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତ କରିବାର କୌଣସି ଯୋଜନା ନାହିଁ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି ଏହି ସୂଚନା ଦେଇଛନ୍ତି । ୟୁକ୍ରେନ ଯିବାକୁ ରାଷ୍ଟ୍ରପତିଙ୍କର କୌଣସି ଯୋଜନା ନାହିଁ ବୋଲି ସାକି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ।

ହ୍ବାଇଟ ହାଉସ କହିଛି ଯେ ଆମେରିକା ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ କିଭ୍ ପଠାଇବ। ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନଙ୍କ ମଧ୍ୟରୁ ଜଣେ ୟୁକ୍ରେନ ଯାଇପାରନ୍ତି ।

ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ବାଇଡେନ କିଭ୍ ପରିଦର୍ଶନ କରିବେ ବୋଲି କହିଥିଲେ।

ଜେଲେନସ୍କି କହିଥିଲେ, “ଅବଶ୍ୟ ଏହା ତାଙ୍କର ନିଷ୍ପତ୍ତି ଏବଂ ସୁରକ୍ଷା ପରିସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ମୁଁ ଭାବୁଛି ସେ ଆମେରିକାର ରାଷ୍ଟ୍ରପତି ଏବଂ ସେଥିପାଇଁ ସେ ଏଠାକୁ ଆସି ପରିସ୍ଥିତି ଦେଖିବା ଉଚିତ୍।”

ହ୍ବାଇଟ ହାଉସର ପ୍ରେସ ସଚିବ ସାକି ଏହା ମଧ୍ୟ କହିଛନ୍ତି ଯେ କିଭରେ ଦୂତାବାସ ଖୋଲିବାକୁ ଆମେରିକା ଆଶା କରୁଛି। ତେବେ ସେ ଏନେଇ ସ୍ପଷ୍ଟ ତାରିଖ ଦେଇ ନାହାନ୍ତି।
ସେ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଆମର ଉଦ୍ଦେଶ୍ୟ। ୟୁକ୍ରେନରେ କୂଟନୈତିକ ଉପସ୍ଥିତି ଜରୁରୀ ଅଟେ।