ଭାରତରେ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠର ମଞ୍ଜୁରି | News Room Odisha

ଭାରତରେ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠର ମଞ୍ଜୁରି

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଆଉ ଏକ ସ୍ୱଦେଶୀ ଅସ୍ତ୍ର ପ୍ରସ୍ତୁତ କରାଯାଇଛି | ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମଞ୍ଜୁରି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସୁରକ୍ଷା ଏବଂ ଗୁଣବତ୍ତା ଦୃଷ୍ଟିରୁ କୋଭୋଭାକ୍ସ ଅତ୍ୟନ୍ତ ଉନ୍ନତ ଓ ପ୍ରଭାବୀ। ଉଲ୍ଲେଖଯୋଗ୍ୟ ଯେ କୋଭୋଭାକ୍ସ ହେଉଛି ଭାରତର ତୃତୀୟ ଟିକା, ଯାହା ‘ହୁ’ ଦ୍ୱାରା ଅନୁମୋଦିତ ହୋଇଛି | ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ସଫଳତାର ସହିତ ବ୍ୟବହୃତ ହେଉଛି |

‘ହୁ’ ମାନ୍ୟତା ସହ କୋଭାଭାକ୍ସକୁ ବିଶ୍ୱବ୍ୟାପୀ ବ୍ୟବହାର ପାଇଁ ଅନୁମୋଦନ ମଧ୍ୟ ଦିଆଯାଇଛି | ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଏହି ଘୋଷଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।