ମ୍ୟାଲେରିଆ ନିୟନ୍ତ୍ରଣ ସଫଳତାର ଅନୁଧ୍ୟାନ ପାଇଁ ଓଡିଶାରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଟିମ୍ | News Room Odisha

ମ୍ୟାଲେରିଆ ନିୟନ୍ତ୍ରଣ ସଫଳତାର ଅନୁଧ୍ୟାନ ପାଇଁ ଓଡିଶାରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଟିମ୍

ଭୁବନେଶ୍ବର – ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା । ଓଡ଼ିଶାରେ କିପରି ସଫଳତାର ସହ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରିଛି, ତାହା ଦେଖିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍ ରାଜ୍ୟ ଗସ୍ତ କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଯାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟିମ୍ ରାଜ୍ୟରେ କିପରି ଭାବେ ମ୍ୟାଲେରିଆ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିପାରିଛି ତାହା ଅନୁଧ୍ୟାନ କରିବ ।
୨୦୧୬ ମସିହାରେ ରାଜ୍ୟରେ ସାଢ଼େ ଚାରି ଲକ୍ଷ ମ୍ୟାଲେରିଆ ସଂକ୍ରମଣ ମାମଲା ଥିଲା । ଗତବର୍ଷ ଏହି ସଂଖ୍ୟା ୨୫ ହଜାରକୁ ହ୍ରାସ ପାଇଛି । ତେଣୁ ଓଡ଼ିଶା କିଭଳି ଏଭଳି ସଫଳତା ପାଇଛି, ଏହାକୁ ଅନୁକରଣ କରି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ କିଭଳି ସଂକ୍ରମଣ ହାର ନିୟନ୍ତ୍ରଣ କରାଯାଇପାରିବ, ତାହା ଦେଖିବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଟିମ ଓଡ଼ିଶା ପହଞ୍ଚିଛି । ସେମାନେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିବା ପରେ ଫିଲ୍ଡ ପରିଦର୍ଶନରେ ଯାଇଛନ୍ତି ।