କୃଷକ ସଂଗଠନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ - କୃଷି ଆଇନ ଉପରେ ରୋକ୍ ଲାଗିଥିବା ସତ୍ତ୍ୱେ ଆନ୍ଦୋଳନ କାହିଁକି? | News Room Odisha

କୃଷକ ସଂଗଠନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – କୃଷି ଆଇନ ଉପରେ ରୋକ୍ ଲାଗିଥିବା ସତ୍ତ୍ୱେ ଆନ୍ଦୋଳନ କାହିଁକି?

ନୂଆଦିଲ୍ଲୀ: ତିନୋଟି କୃଷି ଆଇନକୁ କୋର୍ଟ ସ୍ଥଗିତ ରଖିବା ପରେ ମଧ୍ୟ ରାସ୍ତାରେ କାହିଁକି ବିରୋଧ ପ୍ରଦର୍ଶନ କରାଯାଉଛି ବୋଲି ସୋମବାର କିସାନ ମହାପଞ୍ଚାୟତ ନାମକ କୃଷକ ସଂଗଠନକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । କିଷାନ ମହାପଞ୍ଚାୟତ ପରାମର୍ଶଦାତା କହିଛନ୍ତି ଯେ ସେମାନେ କୌଣସି ରାସ୍ତା ଅବରୋଧ କରିନାହାଁନ୍ତି। ଏହା ଉପରେ ଖଣ୍ଡପୀଠ କହିଥିଲେ ଯେ ଗୋଟିଏ ପକ୍ଷ କୋର୍ଟରେ ପହଞ୍ଚିଛନ୍ତି । ଆଇନକୁ ସ୍ଥଗିତ ରଖାଯାଇଛି, ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି । ଏହା ସତ୍ତ୍ୱେ କୃଷକ ସଂଗଠନ କାହିଁକି ଆନ୍ଦୋଳନ କରୁଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ।

କିଷାନ ମହାପଞ୍ଚାୟତ ନିଜ ଆବେଦନରେ ଜନ୍ତର ମନ୍ତର ଠାରେ ସତ୍ୟଗ୍ରାହ ପାଇଁ ଅନୁମତି ଦେବାକୁ ନିବେଦନ କରିଛି। ଏହା ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆପଣ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି। ଆମେ ପ୍ରଥମେ ବୈଧତା ଉପରେ ନିଷ୍ପତ୍ତି ନେବୁ, ବିକ୍ଷୋଭ ପ୍ରଦର୍ଶନ ପ୍ରଶ୍ନ କୋଉଠି ଉଠୁଛି? ଜନ୍ତର ମନ୍ତରରେ ବିରୋଧ କରିବାର କ’ଣ ଯଥାର୍ଥତା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜବାବରେ କିଷାନ ମହାପଞ୍ଚାୟତ ଓକିଲ କହିଥିଲେ ଯେ ସରକାର ଏକ କୃଷି ଆଇନ କାର୍ଯ୍ୟକାରୀ କରିଛନ୍ତି। ତା’ର ବିରୋଧରେ ଏହି ସତ୍ୟାଗ୍ରହ ନିଷ୍ପତ୍ତି ହୋଇଛି । କୋର୍ଟ ଏହା ଉପରେ କହିଛନ୍ତି ଯେ ଆପଣ ଆଇନକୁ ଆସନ୍ତୁ। ଆପଣ ଗୋଟିଏ ପଟେ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି ଓ ଅନ୍ୟପଟେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି | ଆପଣ ଏମିତି କରିପାରିବେ ନାହିଁ ବୋଲି କୋର୍ଟ କିସାନ ମହାପଞ୍ଚାୟତକୁ କହିଛନ୍ତି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଲକ୍ଷ୍ମୀପୁର ଖେରୀ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦିଓ ବିକ୍ଷୋଭକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିଲେ ବୋଲି ଦାବି କରୁଛନ୍ତି, ତଥାପି ସେଠାରେ ଥିବା ହିଂସା ଏବଂ ସରକାରୀ ସମ୍ପତ୍ତି ନଷ୍ଟ ପାଇଁ ସେମାନେ ଦାୟୀ ରହିବେ ନାହିଁ। ଅଦାଲତ କହିଛନ୍ତି ଯେ ଆଇନ ଏହାର ବାଟରେ ଯିବ ।