ରାଜ୍ୟରେ କୋରୋନାର ୪ ହଜାର ୨୪୧ ନୂଆ ମାମଲା, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୭, କଟକରୁ ୩୮୯ ଓ ପୁରୀରୁ ୨୯୧ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ କୋରୋନାର ୪ ହଜାର ୨୪୧ ନୂଆ ମାମଲା, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୭, କଟକରୁ ୩୮୯ ଓ ପୁରୀରୁ ୨୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୪ ହଜାର ୨୪୧ ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଂଟାରେ ସଂଗରୋଧ କେନ୍ଦ୍ରରୁ ୨ ହଜାର ୫୦୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୭, କଟକ ଜିଲ୍ଲାରୁ ୩୮୯, ପୁରୀ ଜିଲ୍ଲାରୁ ୨୯୧ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଯାଜପୁରରୁ ୧୫୦, ବାଲେଶ୍ୱରରୁ ୧୪୧, ବରଗଡରୁ ୧୪୯, ମୟୂରଭଂଜରୁ ୧୪୭, ସୁନ୍ଦରଗଡରୁ ୧୫୪, ଜଗତସିଂହପୁରରୁ ୧୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ଝାରସୁଗୁଡାରୁ ୧୧୧, କଳାହାଣ୍ଡି ଜିଲ୍ଲାରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୧୦୩, ସୋନପୁରରୁ ୧୨୯, ନବରଂଗପୁରରୁ ୧୦୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହେଲା ୩୬ ହଜାର ୫୮୦ । ଏ ଯାଏଁ ୧ ଲକ୍ଷ ୨୯ ହଜାର ୮୫୯ ଲୋକ ସୁସ୍ଥ ହୋଇସାରିଛନ୍ତି ।

ଗତ ୨୪ ଘଂଟାରେ କୋରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି ।