ମହିଳା ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | News Room Odisha

ମହିଳା ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ କାର୍ଯ୍ୟରତ ଜଣେ ମହିଳା ଏସ୍ଆଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଆଜି ସକାଳେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି ।

ମୃତ ମହିଳା ଏସ୍ଆଇ ସ୍ୱାଗତିକା ବେହେରା ବୋଲି ଜଣାପଡିଛି । ଥାନାରେ କାର୍ଯ୍ୟ ସାରି ସ୍ୱାଗତିକା ଗତକାଲି ଘରକୁ ଫେରିଥିଲେ । ଆଜି ସକାଳେ ତାଙ୍କ ପଡ଼ୋଶୀ ଝୁଲନ୍ତା ଅବସ୍ଥାରେ ସ୍ୱାଗତିକା ବେହେରାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ‌। ସେ ସରକାରୀ ଘରେ ଏକୁଟିଆ ରହୁଥିଲେ।

ସ୍ୱାଗତିକାଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।