ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ମହିଳାଙ୍କୁ ଗୁଳିମାଡ଼ | News Room Odisha

ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ମହିଳାଙ୍କୁ ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସୁଲତାନପୁରରେ ପ୍ରଧାନମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଜଣେ ମହିଳା ରୀତା ଯାଦବଙ୍କୁ ସୋମବାର କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି।

ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା । ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଲାମ୍ବୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ସୁଲତାନପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସର୍କଲ ଅଫିସର ଲମ୍ବହୁଆ ସତୀଶ ଚାନ୍ଦ ଶୁକ୍ଲା ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି।

ଗଣମାଧ୍ୟମକୁ ଦେଇଥିବା ବୟାନରେ ରୀତା ଯାଦବ କହିଛନ୍ତି ଯେ ମୁଁ ପୋଷ୍ଟର ବ୍ୟାନର ତିଆରି କରିବାକୁ ସୁଲତାନପୁର ଯାଇଥିଲି । ସେଠାରୁ ଘରକୁ ଫେରିବା ସମୟରେ ତିନିଜଣ ଲୋକ ଲାମ୍ବୁଆ ନିକଟରେ ମୋ ବୋଲେରୋକୁ ଅଟକାଇ ମୋତେ ଦୁର୍ବ୍ୟବହାର କରିଥିଲେ ଓ ହତ୍ୟା କରିବାକୁ ଧମକ ଦେଇଥିଲେ ।

ସେମାନେ ମୋ ଡ୍ରାଇଭରର କପାଳରେ ପିସ୍ତଲ ରଖିବାରୁ ମୁଁ ସେମାନଙ୍କୁ ଏକ ଚାପୁଡ଼ା ମାରିଥିଲି । ଏହାପରେ ସେମାନେ ମୋ ଉପରକୁ ଗୁଳି ଚଳାଇଥିଲେ। ଗୁଳି ମୋ ଗୋଡରେ ବାଜିଥିଲା ​​ଏବଂ ସେତେବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ”

ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଜିଲ୍ଲାର କୁରେଭାର ସ୍ଥିତ ଅରୱାଲ କିରି ଠାରେ ଏକ ସଭା କରିଥିଲେ । ସେତେବେଳେ ରୀତା ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଳା ପତାକା ଦେଖାଇଥିଲେ। ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲା ଏବଂ ଦୁଇ ଦିନ ପରେ ସେ ଜାମିନରେ ମୁକୁଳିଥିଲେ।

ଏହି ଘଟଣା ପରେ ରୀତା ସମାଜବାଦୀ ପାର୍ଟିରେ ଏକ ମାସ ରହିଥିଲେ । କିନ୍ତୁ ଦଳରେ ତାଙ୍କୁ ସମ୍ମାନ ମିଳୁନଥିବା ଅଭିଯୋଗ କରି ସେ ଡିସେମ୍ବର ୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ।