ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଜେତା ଦଳକୁ ମିଳିବ ୩୩ କୋଟି | News Room Odisha

ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଜେତା ଦଳକୁ ମିଳିବ ୩୩ କୋଟି

ଦୁବାଇ : ଆଗାମୀ ଦିନିକିଆ ବିଶ୍ୱକପର ବିଜେତା ଦଳକୁ ୪୦ ଲକ୍ଷ ଡଲାର (ପ୍ରାୟ ୩୩.୧୭ କୋଟି ଟଙ୍କା) ପୁରସ୍କାର ମିଳିବ । ରନର୍ସ ଅପ୍ ଦଳ ଏହାର ଅଧା ଅର୍ଥାତ ୨୦ ମିଲିୟନ୍ ଡଲାର୍ (ପ୍ରାୟ ୧୬.୫୮ କୋଟି ଟଙ୍କା) ପୁରସ୍କାର ପାଇବ ।

ଆସନ୍ତା ମାସରୁ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ସମସ୍ତ ୪୮ଟି ମ୍ୟାଚ୍ ପାଇଁ ଆଇସିସି ଶୁକ୍ରବାର ପୁରସ୍କାର ଏବଂ ପ୍ରୋତ୍ସାହନ ରାଶି ଘୋଷଣା କରିଛି।

ସେମିଫାଇନାଲରେ ପରାଜିତ ଦୁଇ ଦଳ ସମାନ ପରିମାଣର ଆଠ ଲକ୍ଷ ଡଲାର (ପ୍ରାୟ ୬.୬୩ କୋଟି ଟଙ୍କା) ପାଇବେ।

ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଥିବା ଦଳଗୁଡିକ ଏକ ଲକ୍ଷ ଡଲାର୍ (ପ୍ରାୟ ୮୨ ଲକ୍ଷ ଟଙ୍କା) ମିଳିବ | ଗ୍ରୁପ୍ ପର୍ଯ୍ୟାୟ ବିଜେତା ଦଳଙ୍କୁ ୪୦,୦୦୦ ଡଲାର (ପ୍ରାୟ ୩୩.୧୭ ଲକ୍ଷ ଟଙ୍କା) ପୁରସ୍କାର ଦିଆଯିବ |

ଏହି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ବାବଦକୁ ଆଇସିସି ଏକ କୋଟି ଡଲାର (ପ୍ରାୟ ୮୨.୯୩ କୋଟି ଟଙ୍କା) ଖର୍ଚ୍ଚ କରିବ |

ଉଭୟ ଖେଳାଳି ଏବଂ ପ୍ରଶଂସକଙ୍କ ପାଇଁ ଟୁର୍ଣ୍ଣାମେଣ୍ଟକୁ ଅଧିକ ପ୍ରତିଯୋଗିତାମୂଳକ ଏବଂ ମନୋରଞ୍ଜନ କରିବାକୁ କ୍ରିକେଟ୍ରର ସର୍ବୋଚ୍ଚ ସଂସ୍ଥା ଏହି ନିଷ୍ପତ୍ତି ନେଇଛି |

ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ବିଶ୍ୱକପ ଆୟୋଜିତ ହେବ। ଏହି ସଂସ୍କରଣରେ ୪୫ଟି ଲିଗ୍ ମ୍ୟାଚ୍ ଏବଂ ତିନୋଟି ନକ୍ଆଉଟ୍ ମ୍ୟାଚ୍ ଖେଳାଯିବ |

ପୁରୁଷ ଦିନିକିଆ ବିଶ୍ୱକପ୍‌ର ଏହା ୧୩ତମ ସଂସ୍କରଣ ହେବ ଏବଂ ୧୦ଟି ଦଳ (ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ୍ସ) ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।