ଦରଦାମ୍ ସ୍ଥିତି ଅସମ୍ଭାଳ, ରେକର୍ଡ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି | News Room Odisha

ଦରଦାମ୍ ସ୍ଥିତି ଅସମ୍ଭାଳ, ରେକର୍ଡ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି | ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ତରଫରୁ ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧୫.୦୮ ପ୍ରତିଶତରେ ପହଞ୍ଚିଛି, ଯାହାକି ନଅ ବର୍ଷରେ ସର୍ବାଧିକ। ମାର୍ଚ୍ଚରେ ଏହା ୧୪.୫୫ ପ୍ରତିଶତ ଥିଲା । ପାଇକରୀ ମୁଦ୍ରାସ୍ଫୀତି ମାସିକ ଭିତ୍ତିରେ ୧୦.୯ ପ୍ରତିଶତରୁ ଏପ୍ରିଲରେ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ମାନ୍ୟୁଫାକଚରିଂ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ମଧ୍ୟ ୧୦.୮୫% କୁ ବୃଦ୍ଧି ପାଇଛି | ଏହାପୂର୍ବରୁ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ମଧ୍ୟ ଗତ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ୭.୭୯ ପ୍ରତିଶତକୁ ଛୁଇଁଥିଲା ।